ସିଏମ୍‌ଓରୁ ନାଇଡୁ କମିଶନ ରିପୋର୍ଟ ଗାଏବ: ମାମଲା ରୁଜୁ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟାକାଣ୍ଡ ମାମଲାର ଜଷ୍ଟିସ୍‌ ନାଇଡୁ କମିଶନ ରିପୋର୍ଟ ହଜିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଏହି ସମ୍ବେଦନଶୀଳ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଆଜି ରାଜ୍ୟ ପୋଲିସ ପକ୍ଷରୁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏଫ୍‌ଆଇଆର୍‌ (FIR) ଦାୟର କରାଯାଇ ଛାନ୍‌ଭିନ୍‌ ପ୍ରକ୍ରିୟାକୁ ଆଗକୁ ନିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button