ପାଟଣାଗଡ଼ରେ ହତ୍ୟାକାଣ୍ଡ; ଖଟ କାଠରେ ପିଟି ବଡ଼ ଭାଇଙ୍କୁ ହତ୍ୟା କଲା ସାନ ଭାଇ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାଲିପଟା ଗାଁରେ ଏକ ଅଭାବନୀୟ ତଥା ଲୋମହୀନକାରୀ ହତ୍ୟାକାଣ୍ଡ ଘଟିଛି। ରକ୍ତର ସମ୍ପର୍କରେ କଳା ଦାଗ ଲଗାଇ ସାନ ଭାଇ ନିଜ ବଡ଼ ଭାଇଙ୍କୁ ନିର୍ମମ ଭାବେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ସାନ ଭାଇ ଏକ ଚୋରି ମାମଲାରେ ଜେଲ୍‌ ଯାଇଥିଲେ ଏବଂ ନିକଟରେ ଜେଲ୍‌ରୁ ଫେରିଥିଲେ। ତେବେ କୌଣସି ଏକ ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହି କ୍ରୋଧର ବଶବର୍ତ୍ତୀ ହୋଇ ସାନ ଭାଇ ଖଟ କାଠରେ ବଡ଼ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବଡ଼ ଭାଇଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।

Related Articles

Leave a Reply

Your email address will not be published. Required fields are marked *

Back to top button