ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଥିବା ବେଳେ ଗୋଟିଏ ଛୁଟିଦିନ ଏବଂ ୨ ଦିନ ‘ନୋ ମିଟିଂ ଡେ’ ଭାବେ ଧାର୍ଯ୍ୟ କରାଯାଇଛି। ଚଳିତ ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ନେଇ ଆଶା କରାଯାଉଛି। ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ବିଶେଷ କରି MMDR (ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ) ବିଲ୍, ଶିକ୍ଷକଙ୍କ ବିଭିନ୍ନ ଦାବି ଓ ଚାଷୀ ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିପାରନ୍ତି।



