ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି

ଭୁବନେଶ୍ୱର: ଜନଗଣନା କର୍ମଚାରୀଙ୍କ ସୁରକ୍ଷା ଆସିବ ଏସଓପି । ଏନେଇ ରାଜସ୍ୱ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଲେ ରାଜସ୍ୱ ମନ୍ତ୍ରୀ । ଘର ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସୁରେଶ ପୂଜାରୀ । ହିଟୱେଭ ଏକ ବଡ ସମସ୍ୟା, କର୍ମଚାରୀ ଅସୁସ୍ଥ ହେବା ଖବର ଆସିଛି । ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଖବର ଆସିଛି । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ ଦାଯିତ୍ୱ କହିଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁଠି ଆକ୍ରମଣ ହୋଇଛି ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ ।



