ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

ନୂଆଦିଲ୍ଲୀ: ନନ୍ଦୀଗ୍ରାମ ବିଧାନସଭା ଆସନର ନିର୍ବାଚନ ଫଳାଫଳକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ନନ୍ଦୀଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ସେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ସେ ଅଦାଲତରେ ଏକ ନିର୍ବାଚନ ପିଟିସନ୍ ଦାଖଲ କରିଛନ୍ତି। ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆବେଦନ ପତ୍ରରେ ସ୍ୱାକ୍ଷର କରିବା ପାଇଁ ହାଇକୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହ ତୃଣମୂଳ କଂଗ୍ରେସ (TMC)ର ବରିଷ୍ଠ ସାଂସଦ ଡେରେକ୍ ଓ’ବ୍ରାଏନ୍, ଡୋଲା ସେନ୍ ଏବଂ କଲ୍ୟାଣ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ନନ୍ଦୀଗ୍ରାମ ଆସନର ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ମମତା ଏହି ମାମଲା ଦାୟର କରିଛନ୍ତି, ଯାହାର ଶୁଣାଣି ଆସନ୍ତା ଦିନରେ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button