ଓଡ଼ିଶାରେ ସହରାଞ୍ଚଳ ପରିବହନର ନୂଆ ପରିଭାଷା ସୃଷ୍ଟି କରୁଛି “କ୍ରୁଟ୍”

ଭୁବନେଶ୍ୱର: ରାଜ୍ୟରେ ଏକ ସ୍ଥାୟୀ, ପ୍ରଯୁକ୍ତିଭିତ୍ତିକ ଏବଂ ନାଗରିକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଗଠନ କରି ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାପଦଣ୍ଡ ସାଜିଛି ‘କ୍ରୁଟ୍’ (। ବୈଦ୍ୟୁତିକ ଗତିଶୀଳତା (E-Mobility)ର ଦ୍ରୁତ ସମ୍ପ୍ରସାରଣ, ଆଧୁନିକ ଯାତ୍ରୀ ସେବା, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ମହିଳା ଓ ସାମାଜିକ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ଏହା ସମଗ୍ର ଓଡ଼ିଶାର ସହରାଞ୍ଚଳ ପରିବହନ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣିଛି।୨୦୨୪ରୁ ୨୦୨୬ ମଧ୍ୟରେ କ୍ରୁଟ୍ ନିଜର ସାର୍ବଜନୀନ ପରିବହନ ନେଟୱର୍କକୁ ଯଥେଷ୍ଟ ସମ୍ପ୍ରସାରିତ କରିଛି, ଯାହାଫଳରେ ବର୍ତ୍ତମାନ ଏହାର ସକ୍ରିୟ ବସ୍ ସଂଖ୍ୟା ୭୬୦ରେ ପହଞ୍ଚିଛି। ଏହା ଓଡ଼ିଶାର ‘ସବୁଜ ଗତିଶୀଳତା’  ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିଛି। ସମ୍ବଲପୁର ଏବଂ ବ୍ରହ୍ମପୁରରେ ସଫଳତାର ସହ ପ୍ରଥମେ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରାଯାଇଥିଲା। ରାଜଧାନୀ ଅଞ୍ଚଳରେ ୮୦ଟି ମିଡି ଇଲେକ୍ଟ୍ରିକ୍ ବସ୍ ଓ ୫ଟି ଆକର୍ଷଣୀୟ ଇଲେକ୍ଟ୍ରିକ୍ ଡବଲ୍-ଡେକର୍ ବସ୍ ପ୍ରତିଷ୍ଠା କରାଯିବା ସହ ପୁରୀରେ ୩୫ଟି ଏବଂ ନରାଜରେ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସାମିଲ କରାଯାଇଥିଲା। ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ୨୫ଟି ନୂତନ ଇଲେକ୍ଟ୍ରିକ୍ ବସ୍ ସହିତ କ୍ରୁଟ୍‌ର ଏହି ବର୍ଦ୍ଧିତ ବୈଦ୍ୟୁତିକ ଗତିଶୀଳତା ନେଟୱର୍କରେ ସାମିଲ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button