କେନ୍ଦୁଝର ଟଙ୍କା ପାଇଁ ଭଉଣୀର କଙ୍କାଳ ଘଟଣା: ଆରମ୍ଭ ହେଲା RDC ସ୍ତରୀୟ ତଦନ୍ତ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ବ୍ୟାଙ୍କ୍‌ ଜମାଖାତାରୁ ଟଙ୍କା ଉଠାଇବା ପାଇଁ ଭଉଣୀର କଙ୍କାଳକୁ ବ୍ୟାଙ୍କ୍‌ ଆଣିବା ଭଳି ଏକ ଅଭାବନୀୟ ଘଟଣାରେ ଏବେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ କମିଶନର (RDC) ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛନ୍ତି। RDC ଶ୍ରୀ ମହାପାତ୍ର ନିଜେ କେନ୍ଦୁଝର ଗସ୍ତ କରି ପୀଡ଼ିତଙ୍କ ଗ୍ରାମକୁ ଯାଇ ପ୍ରତ୍ୟକ୍ଷ ଭାବେ ତଥ୍ୟ ସଂଗ୍ରହ କରିବେ। କେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତି ନିଜ ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଣିବାକୁ ବାଧ୍ୟ ହେଲେ, ସେ ନେଇ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଜିଲ୍ଲା ପ୍ରଶାସନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ସତ୍ୟାସତ୍ୟ ଏବଂ ସରକାରୀ ସହାୟତାରେ ରହିଥିବା ଅଭାବ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button