ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ବର: ବେଆଇନ ଅର୍ଥ କାରବାର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ତଥା ଆକଳନକାରୀ ଅନୁପମା ସାହୁ। ଗିରଫ ପରେ ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମତୀ ସାହୁ ନିଜ ମାର୍ଶାଘାଇ ସ୍ଥିତ କାର୍ଯ୍ୟାଳୟରୁ ସରକାରୀ ଗାଡ଼ିରେ କେନ୍ଦ୍ରାପଡ଼ା ନୟନ ବିହାରସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ୫୩-ଏ ନଂ ଜାତୀୟ ରାଜପଥର ମାର୍ଶାଘାଇ ଛକ ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିଲା। ଏହି ଅର୍ଥର କୌଣସି ସନ୍ତୋଷଜନକ ହିସାବ ସେ ଦେଇପାରି ନଥିଲେ। ଏହି ଘଟଣାରେ ସରକାରୀ ଗାଡ଼ି ସହ ସମସ୍ତ ନଗଦ ଟଙ୍କା ଜବତ କରାଯିବା ସହ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ  ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button