ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ଉତକ୍ଷେପଣ କଲା ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ: ମହାକାଶ ଯାତ୍ରା କ୍ଷେତ୍ରରେ ଭାରତ ଏକ ନୂଆ ଇତିହାସ ରଚିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେସ୍’ ପକ୍ଷରୁ ନିର୍ମିତ ‘ବିକ୍ରମ’ ରକେଟ୍ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ମିଶନ କେବଳ ସ୍କାଏରୁଟ୍ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଏହି ଉତକ୍ଷେପଣ ପ୍ରକ୍ରିୟାରେ କିଛି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା ଏବଂ ଏଥିପାଇଁ ସାମାନ୍ୟ ବିଳମ୍ବ ହୋଇଥିଲା, ତଥାପି ଶେଷରେ ଏହା ଆଶାତୀତ ସଫଳତା ହାସଲ କରିଛି। ଏହି ଉଲ୍ଲେଖନୀୟ ସଫଳତା ସହ ଭାରତ ବିଶ୍ୱର ତୃତୀୟ ଦେଶ ଭାବେ ଗୌରବ ଅର୍ଜନ କରିଛି, ଯେଉଁଠାରେ ଏକ ଘରୋଇ କମ୍ପାନୀ ନିଜସ୍ୱ ଜ୍ଞାନକୌଶଳରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିପାରିଛି। ପୂର୍ବରୁ କେବଳ ଆମେରିକା ଏବଂ ଚୀନ୍‌ର ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ଏହି ସଫଳତା ହାସଲ କରାଯାଇଥିଲା। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ସମ୍ମାନାର୍ଥେ ଏହି ରକେଟ୍‌ର ନାମ ‘ବିକ୍ରମ’ ରଖାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୭ ମହଲା ଉଚ୍ଚତା ବିଶିଷ୍ଟ ଏହି ରକେଟ୍ ପୃଥିବୀଠାରୁ ପ୍ରାୟ ୪୫୦ କିଲୋମିଟର ଉଚ୍ଚରେ ଥିବା ନିମ୍ନ ପୃଥିବୀ କକ୍ଷପଥରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛି। ନିର୍ଦ୍ଦିଷ୍ଟ କକ୍ଷପଥରେ ଉପଗ୍ରହଗୁଡ଼ିକୁ ସଫଳତାର ସହ ସ୍ଥାପନ କରିବା ହିଁ ଏହି ମିଶନ୍‌ର ମୁଖ୍ୟ ଉଦ୍ଦେଶ୍ୟ।

Related Articles

Leave a Reply

Your email address will not be published. Required fields are marked *

Back to top button