ମୃତକଙ୍କ ପରିବାରକୁ ପୂର୍ବତନ ବିଧାୟକଙ୍କ ସହାୟତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରାଡିଆ ପଞ୍ଚାୟତର ଉପୁଳାଇ ଗ୍ରାମକୁ ଗତକାଲି ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଆସି ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଗଦାଧର ନାୟକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ୨୦୦୦ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ପରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଓ ଦୋଳଗୋବିନ୍ଦ ନାୟକ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ସୂଚନା ଥାଉକି, ଗତ ମେ’ ୩୦ ରେ ବିଦ୍ୟୁତ ଆଘାତରେ ଏକ ଛେଳିକୁ ବଞ୍ଚାଇବାକୁ ଯାଇ ଗଦାଧର ନାୟକ ମୃତ୍ୟୁର ଶିକାର ହୋଇଥିଲେ | ଏ ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ରାଜ୍ୟର ରେଡକ୍ରସ ଫଣ୍ଡରୁ ତୁରନ୍ତ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ଗରିବ ପରିବାର ହେଇଥିବାରୁ ମୃତଜଣକ ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ପ୍ରଶାସନକୁ ଦାବି କରିଥିଲେ ଅଂଚଳବାସୀ |

Related Articles

Leave a Reply

Your email address will not be published.

Back to top button