ସୁନାବେଶ ପାଇଁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଭିଡ଼: ମାଳତୀପାଟପୁରଠାରେ ଅଟକୁଛି ଗାଡ଼ି

ଭୁବନେଶ୍ୱର: ମହାପ୍ରଭୁଙ୍କ ସୁନାବେଶ ଅବସରରେ ରଥ ଉପରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ଓ ସୁନାବେଶ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଶନିବାର ସକାଳୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ (ପୁରୀ) ପକ୍ଷରୁ ଶନିବାର ସକାଳ ୯:୩୦ରେ ଏକ ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି। ଆଡଭାଇଜରୀ ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଆଡ଼କୁ ଗାଡ଼ିଗୁଡ଼ିକର କ୍ରମାଗତ ଚାପ ବଢ଼ୁଥିବାରୁ ଟ୍ରାଫିକ୍ ଜାମ୍ ଏଡ଼ାଇବା ପାଇଁ ସମସ୍ତ ଯାନବାହନକୁ ତାଳବଣିଆ ଆକ୍ସିସ୍ ଆଡ଼କୁ ଡାଇଭର୍ଟ (ପଥ ପରିବର୍ତ୍ତନ) କରାଯାଉଛି। ସେହିପରି ମାଳତୀପାଟପୁରଠାରେ ଗାଡ଼ିଗୁଡ଼ିକୁ ପ୍ରାୟ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଯାନବାହନର ସଂଖ୍ୟା ଆହୁରି ବଢ଼ିଲେ ଅପେକ୍ଷା ସମୟ ବୃଦ୍ଧି ପାଇପାରେ ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button