ନୀଳାଦ୍ରି ବିହାରରୁ ହଟିବ ଜବରଦଖଲ : ୩୩୦ରୁ ଅଧିକ ଘର ମାଟିରେ ମିଶିବ

ଭୁବନେଶ୍ୱର: ରାଜଧାନୀରେ ଜବରଦଖଲକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ବିଏମ୍‌ସି ଓ ବିଡିଏ । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ପ୍ରାୟ ୮୯୦ଟି ଘର ମଧ୍ୟରୁ ୩୩୦ରୁ ଅଧିକ ଜବରଦଖଲକୃତ ଘରକୁ ଉଚ୍ଛେଦ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଅନୁସାରେ, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଞ୍ଜିଟ୍ ହାଉସରେ ଦୀର୍ଘ ଦିନ ଧରି ଅନେକ ପରିବାର ରହିଆସୁଥିଲେ। ସେମାନଙ୍କୁ ପୁନର୍ବାସ ଯୋଗାଇଦେବା ଲକ୍ଷ୍ୟରେ ସରକାର ନିକଟସ୍ଥ ବୁଦ୍ଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ବଣ୍ଟନ କରିସାରିଛନ୍ତି। ହେଲେ ନୂଆ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଞ୍ଜିଟ୍ ହାଉସ୍ ଖାଲି କରୁନଥିଲେ। ଶେଷରେ ବାଧ୍ୟ ହୋଇ ବିଏମ୍‌ସି ଓ ବିଡିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସର ବ୍ୟାପକ ଉପସ୍ଥିତିରେ ଆଉ କିଛି ସମୟ ପରେ ଏହି ବୁଲ୍‌ଡୋଜର/ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button