ଫିଲିପାଇନ୍ସରେ ପ୍ରଳୟଙ୍କରୀ ଭୂମିକମ୍ପ: ତୀବ୍ରତା ୭.୮, ତାଇୱାନ ଓ ଜାପାନ ପାଇଁ ସୁନାମି ସତର୍କତା

ମାନିଲା: ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଭୂକମ୍ପର ଭୟାବହତାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ କିଛି ଅଞ୍ଚଳ ସମେତ ପଡ଼ୋଶୀ ଦେଶ ତାଇୱାନ ଏବଂ ଜାପାନ ପାଇଁ ସୁନାମି ସତର୍କତା (Alert) ଜାରି କରାଯାଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଖୋଲା ସ୍ଥାନକୁ ଚାଲିଯିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା କେତେ କ୍ଷୟକ୍ଷତି କିମ୍ବା ମୃତାହତ ହୋଇଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସମୋଲୋଜିର ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟା ୩୭ ମିନିଟରେ ଏହି ଭୂକମ୍ପ ଝଟକା ଲାଗିଥିଲା। ମିଣ୍ଡାନାଓ ଦ୍ୱୀପର ସାଣ୍ଟୋସ ସିଟିଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୧୩ କିଲୋମିଟର ଦୂରରେ ଏହାର କେନ୍ଦ୍ରବିନ୍ଦୁ ରହିଥିଲା। ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଶକ୍ତିଶାଳୀ ଝଟକା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button