ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ମାମଲା: ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍ ଗିରଫ

ଭୁବନେଶ୍ୱର: ରାଜ୍ୟ ରାଜନୀତି ଓ ପ୍ରଶାସନିକ ସ୍ତରରେ ହଲଚଲ ସୃଷ୍ଟି କରିଥିବା ବଦଳି ଷଡ଼ଯନ୍ତ୍ର ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ନକଲି ଲେଟରପ୍ୟାଡ୍ ବ୍ୟବହାର କରି ବଦଳି କରିବା ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କୁ ଗିରଫ କରାଯାଇଛି। ସେ ହରିଚନ୍ଦନପୁର ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ୱର ଏସିପି (ଜୋନ୍-୧) ଏହି ଗିରଫଦାରୀ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସଙ୍ଗୀନ ବଦଳି ସ୍ୱାର୍ଥ ପଛରେ ଦୁଇଜଣ ଯନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲା। ଗିରଫ ହୋଇଥିବା ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କ ସହ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମନାଲିସା ବେହେରା ମଧ୍ୟ ଏହି ଜାଲିଆତିରେ ସାମିଲ ଥିଲେ। ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀ ମନାଲିସା ଫେରାର୍ ଥିବାରୁ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button