ଭିଜିଲାନ୍ସ ଜାଲରେ ସହକାରୀ ନିବନ୍ଧକ ଓ ପିଅନ

ଭୁବନେଶ୍ବର: ଟଙ୍କା ଲୋଭରେ ନିଜ ସହକର୍ମୀଙ୍କୁ ବି ଛାଡ଼ିଲେନି ଲାଞ୍ଚୁଆ ସରକାରୀ ବାବୁ। ଜଣେ ଅବସରପ୍ରାପ୍ତ ସହକର୍ମୀଙ୍କ ଫାଇଲ୍ କାମ କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ। ଆଜି (ଗୁରୁବାର) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସମବାୟ ସମିତି ସହକାରୀ ନିବନ୍ଧକ (ARCS) ଅନିଲ ପଣ୍ଡା ଏବଂ କାର୍ଯ୍ୟାଳୟର ପିଅନ ହରେକୃଷ୍ଣ ମାଝୀଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ଜଣେ ସହକର୍ମୀ ଚାକିରିରୁ ଅବସର ନେବା ପରେ ତାଙ୍କର ପେନସନ୍ ଓ ଅନ୍ୟାନ୍ୟ ସରକାରୀ ଫାଇଲ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସହକାରୀ ନିବନ୍ଧକ ଅନିଲ ପଣ୍ଡା ଲକ୍ଷେ ଟଙ୍କାର ଲାଞ୍ଚ ଦାବି କରିଥିଲେ। ଶେଷରେ ୭୦ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା। ତେବେ ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଏକ ସ୍ପେଶାଲ୍ ପ୍ଲାନ୍ ପ୍ରସ୍ତୁତ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button