ଓଡ଼ିଶା ଫେରିଲା ଏ. ରମେୟାଙ୍କ ମୃତଦେହ

ଭୁବନେଶ୍ୱର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ରୁଷିଆର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ. ରମେୟାଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ମୃତ ରମେୟା ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଥିଲେ। ସେ ରୁଷିଆର ଏକ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତ ମେ’ ୧୭ ତାରିଖରେ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏକ ସଂଘାତିକ ଡ୍ରୋନ୍ ଆକ୍ରମଣର ଶିକାର ହୋଇ ରମେୟାଙ୍କର ମୃତ୍ୟୁ ଘଟିଥିଲା। ଏହି ସମ୍ବନ୍ଧରେ ଖବର ପାଇବା ପରେ, ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ସରକାରଙ୍କ ନିକଟରେ କାକୁତି-ମିନତି କରାଯାଇଥିଲା। ଏହାପରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ଯୋଗୁଁ ମୃତଦେହ ଫେରାଇ ଆଣିବା ସମ୍ଭବ ହୋଇପାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button