ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି (R&B) ସବ୍-ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳୁ ସକାଳୁ ଏକକାଳୀନ ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି। ଏହି ବିଶାଳ ଚଢ଼ାଉରେ ଭିଜିଲାନ୍ସର ୫ ଜଣ DSP, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ କର୍ମଚାରୀ ସାମିଲ ଅଛନ୍ତି। ଅରବିନ୍ଦଙ୍କ ବାଲେଶ୍ୱର ଅଙ୍ଗାରଗଡ଼ିଆସ୍ଥିତ ୩ ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ୨ ମହଲା କୋଠା, ବେତନଟୀସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ଏହା ବ୍ୟତୀତ ବାଲେଶ୍ୱର ଜଳେଶ୍ୱର ରାୟାଁ-ରାମଚନ୍ଦ୍ରପୁରସ୍ଥିତ ତାଙ୍କ ପୈତୃକ ଘର, ବସନ୍ତପୁରର ଫାର୍ମହାଉସ୍ ଏବଂ ବାମପଦାରେ ଥିବା ଅନ୍ୟ ଏକ ଘରେ ମଧ୍ୟ ଏକାସାଙ୍ଗରେ ତଲାସୀ ଚାଲିଛି। ନିଜ ଆୟ ତୁଳନାରେ ସେ ବିପୁଳ ପରିମାଣର ଅସାଧୁ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଶେଷ ହେବା ପରେ ମୋଟ କ୍ଷୟକ୍ଷତି ଓ ଜବତ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button