୨ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ: ହାଇୱା ଡ୍ରାଇଭର ଅଟକ, ତଦନ୍ତ ଜାରି

ଭୁବନେଶ୍ବର: ଜିଲ୍ଲାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରେଙ୍ଗାଳି ନିର୍ବାଚନ ମଣ୍ଡଳୀ ଅଧୀନ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ କର୍ଡୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେପି ନେତା ମୁରଲୀ ଛୁରିଆଙ୍କ ଉପରେ ଏକ ହାଇୱା ଚଢ଼ିଯାଇଥିଲା। ପ୍ରଥମେ ଏହାକୁ ଏକ ସଡ଼କ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିଲେ ହେଁ, ପରିବାର ଲୋକେ ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ହାଇୱା ଡ୍ରାଇଭରକୁ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ତଦନ୍ତ ବେଳେ ଘଟଣାଟି ‘ଟାର୍ଗେଟ କିଲିଂ’ ଦିଗରୁ ମଧ୍ୟ ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଅନ୍ୟ ଜଣଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଭୁଲବଶତଃ ଏହି ଦୁଇ ବିଜେପି ନେତା ଏହାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହାଇୱା ଡ୍ରାଇଭରକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ, ଅଞ୍ଚଳର ରାଜନୈତିକ ମହଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button