ଭୁବନେଶ୍ବର ପରେ କଟକରେ ପୁଣି କାଳବୈଶାଖୀର ତାଣ୍ଡବ

ଭୁବନେଶ୍ବର: କଟକରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କଟକରେ ଅନେକ ସ୍ଥାନରେ ଝଡ଼ତୋଫାନ କାରଣରୁ ରାସ୍ତାକଡ଼ରେ ବଡ଼ବଡ଼ ଗଛର ଡାଳ ଭାଙ୍ଗି ପଡ଼ିଛି। ସେହିପରି ହୋର୍ଡିଂକୁ କ୍ଷତି ପହଞ୍ଚାଇଥିବା ବେଳେ ବର୍ଷା ମଧ୍ୟ ଜନଜୀବନକୁ ପ୍ରଭାବିତ କରିଛି। ଐତିହାସିକ କଟକ ସହରରେ ଆଜି ପ୍ରବଳ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ବଜ୍ରାଘାତରେ ଐତିହାସିକ ଚଣ୍ଡୀମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି। ଏହି ସମୟରେ ଚଣ୍ଡୀମନ୍ଦିର ରାସ୍ତା ଦେଇ ଯାଉଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ। କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବଡ଼ବଡ଼ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ଏଥିଯୋଗୁଁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହେବାରୁ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଅନ୍ୟପଟରେ ବର୍ଷା ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ଲୋକମାନେ ସାମୟିକ ଆଶ୍ୱସ୍ତି ପାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button