ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୂର୍ବତନ ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସୋମବାର ସେ ନିଜ ଓକିଲଙ୍କ ଜରିଆରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋର୍ଟଙ୍କ ପକ୍ଷରୁ ଗିରଫ ପରୱାନା ଜାରି ହେବା ପରେ ସେ ଏହି କଦମ ଉଠାଇଛନ୍ତି। ବର୍ତ୍ତମାନ କୋର୍ଟରେ ଜାମିନ୍ ଆବେଦନ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୩ ତାରିଖରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ଭାବେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପ୍ରଥମେ ପୋଲିସ ଏବଂ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଗିରଫଦାରୀରୁ ବଞ୍ଚିବା ପାଇଁ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ଏବଂ ରୋଷେୟା ମନ୍ମଥ କୁମ୍ଭ ହାଇକୋର୍ଟରେ ଅଗ୍ରିମ ଜାମିନ୍ ଆବେଦନ କରିଥିଲେ। ମାତ୍ର କୋର୍ଟରେ ତାହା ନାକଚ ହୋଇଯିବା ପରେ ଶେଷରେ ଡିଏଫ୍‌ଓ ସଂଗ୍ରାମ କେଶରୀ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button