ସହୋଦୟା ପରିବାର ପକ୍ଷରୁ ଏକାଡେମିକ୍ ଆଚିଭର୍ସ ଆଓ୍ବାର୍ଡ, ଏସକେଆଇଏସର ୪ ଛାତ୍ର ପୁରସ୍କୃତ

ଭୁବନେଶ୍ବର: ସିବିଏସଇ ସହୋଦୟା ପରିବାର ପକ୍ଷରୁ ସୈନିକ ସ୍କୁଲ ପରିସରରେ ଏକାଡେମିକ୍ ଆଚିଭର୍ସ ଆଓ୍ବାର୍ଡ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଜେନେରାଲ ରାଜଗୋପାଳ ଚେଲାମଣି ଶ୍ରୀକାନ୍ତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ସମସ୍ତ ସିବିଏସଇ ବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଭୁବନେଶ୍ଵର ମଳିପଡା ସ୍ଥିତ ଶ୍ରୀକୃଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ଦଶମ ଶ୍ରେଣୀ ଟପ୍ପର ସାରସ୍ଵତ ଶ୍ରୀଚନ୍ଦନ, ସୌମ୍ୟରଞ୍ଜନ ସାହୁ ଓ ଦ୍ଵାଦଶ ବିଜ୍ଞାନ ଟପ୍ପର ଉଜ୍ବଳ ସିଂ ଏବଂ ବାଣିଜ୍ୟ ଟପ୍ପର ପ୍ରିୟାଂଶୁ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପାଇଁ ଏହି ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବ ମଣ୍ଡିତ କରିଥିବାରୁ ବିଦ୍ୟାଳୟର ଚେୟାରମ୍ୟାନ ପବିତ୍ର ରାଉତରାୟ ଓ ଅଧ୍ୟକ୍ଷା ନମ୍ରତା ସିଂ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଉପାଧ୍ୟକ୍ଷ କବିନ୍ଦ୍ର ଦାଶ କୃତୀ ଛତଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button