ହାଇଦ୍ରାବାଦକୁ ଫେରିବେ ହୋଲଡ଼ର

ଚେନ୍ନାଇ: ସନରାଇଜର୍ସ ହାଇଦ୍ରାବାଦ ଦଳର ପ୍ରମୁଖ ଅଲରାଉଣ୍ଡର ଜାସନ ହୋଲ୍ଡରଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଛି । ସେ ଖୁବ ଶୀଘ୍ର ଦଳ ସହ ଯୋଗ ଦେବାକୁ ଯାଉଛନ୍ତି । ଗତ ୫ ତାରିଖରେ ହୋଲ୍ଡର ଭାରତରେ ପହଞ୍ଚିଥିଲେ । ନିୟମ ଅନୁଯାୟୀ ତାଙ୍କୁ ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପଡିଥିଲା । ଏହି ସମୟ ମଧ୍ୟରେ ତାଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ରହିଛି । ସେ ଦଳ ସହ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ହୋଲ୍ଡର ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ଦଳ ସହ ଯୋଗ ଦେବାକୁ ବ୍ୟାକୁଳ ଥିବା ପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button