ଶପଥ ନେଲେ ଷ୍ଟାଲିନ୍‌

ତାମିଲନାଡୁ: ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ଶପଥ ଗ୍ରହଣ ​କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ ଘୋଷଣା କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଦଳର ପୁରୁଖା ନେତାମାନଙ୍କୁ ସ୍ଥାନ ଦିଆଯାଉଛି। ଦଳର ବରିଷ୍ଠ ନେତା ଦୁରାଇ ମୁରୁଗାନ ଜଳ ସମ୍ପଦ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।  ବିଧାୟକ ଦଳ ନେତା ନିର୍ବାଚିତ ହେବା ପରଠାରୁ ଷ୍ଟାଲିନ୍‌ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ପ୍ରସ୍ତୁତି ଚଳାଇଥିଲେ। ଦଳର ନେତୃତ୍ବ ବିବାଦ ନେଇ ଷ୍ଟାଲିନଙ୍କଠାରୁ ଦୂରେଇ ଯାଇଥିବା ଭାଇ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.କେ ଆଲାଗିରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ୨୦୦୬ରୁ ୨୦୧୧ ପର୍ୟ୍ୟନ୍ତ ବାପା ଏମ୍‌. କରୁଣାନିଧିଙ୍କ ମନ୍ତ୍ରିମଣ୍ଡଳରେ ଷ୍ଟାଲିନ୍‌ ଉପମୁଖ୍ୟମନ୍ତ୍ରୀ ଥିଲେ।

Related Articles

Leave a Reply

Your email address will not be published.

Back to top button