ବିଜେପିରେ ମିଶିବା ଖବର ଗୁଜବ : ବିକ୍ରମ ଆରୁଖ

ଭୁବନେଶ୍ୱର: ଗତ କିଛି ଦିନ ଧରି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ, ରବିବାର ସନ୍ଧ୍ୟାରେ ଏହାକୁ ସମ୍ପୂର୍ଣ୍ଣ ଗୁଜବ ଓ ଭିତ୍ତିହୀନ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିକ୍ରମ ଆରୁଖ କହିଛନ୍ତି, “ମୁଁ ବିଜେଡିରେ ଥିଲି, ଅଛି ଓ ରହିବି। ମୁଁ ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ। ଦଳ ପ୍ରତିଷ୍ଠା ଦିନଠାରୁ ଅତ୍ୟନ୍ତ ଆନ୍ତରିକତାର ସହ କାର୍ଯ୍ୟ କରିଆସିଛି। ବର୍ତ୍ତମାନ ମଧ୍ୟ ମୁଁ ବିଜେଡି ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି। ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଗୋଟିଏ-ଦୁଇଟି ବୈଠକରେ ଯୋଗ ଦେଇପାରିନାହିଁ। ଏହାକୁ ନେଇ ମୁଁ ଅନ୍ୟ ଦଳକୁ ଯିବି ବୋଲି ଚାଲିଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଅମୂଳକ।” ସୂଚନାଯୋଗ୍ୟ, ଗତ କିଛି ମାସ ହେବ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଥାଇ ମଧ୍ୟ ସେ ଦଳୀୟ ବୈଠକଗୁଡ଼ିକରେ ଅନୁପସ୍ଥିତ ରହୁଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁ ନଥିଲା। ଫଳରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button