ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଜୟପୁର :  ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଗୁରୁବାର ଟ୍ୱିଟ କରି ସୂଚନା ଦେଇଛନ୍ତି।

ଗୋଟିଏ ଦିନ ପୂର୍ବରୁ ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଗୃହାବଦ୍ଧ ହୋଇ ରହିଥିଲେ। ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି, କରୋନା ପରୀକ୍ଷା କରିବା ଦ୍ୱାରା ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା। ମୋ ମଧ୍ୟରେ କୌଣସି ଲକ୍ଷଣ ମଧ୍ୟ ଅନୁଭବ କରି ନାହିଁ। କରୋନାର ସମସ୍ତ ନିୟମାବଳୀ , ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସବୁକିଛି ପାଳନ କରୁଛି। ଗୃହରେ ରହି ମଧ୍ୟ କାର୍ୟ୍ୟ ଜାରି ରଖିବି।

Related Articles

Leave a Reply

Your email address will not be published.

Back to top button