ପୁଲିସ, ଦମକଳ, ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବରରେ ଜରୁରୀ ସେବା

ଭୁବନେଶ୍ୱର: ଏଣିକି ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ସରକାର ସାରା ରାଜ୍ୟ ଲାଗି ଗୋଟିଏ ନମ୍ବର ଜାରି କରିଛନ୍ତି । ୧୧୨କୁ ଡାଏଲ କଲେ ଏହି ତିନିଟି ସଂସ୍ଥାର ଜରୁରୀ ସେବା ଉପଲବ୍ଧ ହେବ । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି । ତେବେ ଆମ୍ବୁଲାନ୍ସ ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୁଲିସ ପାଇଁ ୧୦୦ ନମ୍ବର ପୂର୍ବ ଭଳି କାମ କରିବ । ପର୍ଯ୍ୟାୟ କ୍ରମେ ଏହି ନମ୍ବର ସବୁ ବନ୍ଦ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋବାଇଲ ଡାଟା ଟର୍ମିନାଲ ଲାଗିଥିବା ଜରୁରୀକାଳୀନ ସହାୟତା ଯାନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକି୍ରୟା ପାଇଁ ୨୫୦୦ ପଦବି ସୃଷ୍ଟି କରାଯାଇଛି ଓ ୧୫୭ କୋଟି ୧୨ ଲକ୍ଷ ଟଙ୍କା ବିନିଯୋଗ ହେବ । ମହିଳା ସୁରକ୍ଷା ଠାରୁ ଆରମ୍ଭ କରି ବିପର୍ଯ୍ୟାୟ ବେଳେ ମଧ୍ୟ ୧୧୨କୁ ଡାଏଲ କରାଯାଇପାରିବ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button