କୋରୋନାରେ ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଏଲଡି ସଭାପତି ଅଜିତ ସିଂହ କୋରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁବାର ଗୁରୁଗ୍ରାମର ଏକ ହସ୍ପିଟାଲରେ ଅଜିତଙ୍କ ପରଲୋକ ଘଟିଥିବା ନେଇ ପୁଅ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି। ୮୨ ବର୍ଷୀୟ ଅଜିତ ସିଂହ ଏପ୍ରିଲ ୨୦ ତାରିଖରେ କୋରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୫ ଦିନ ଧରି ମେଡିକାଲରେ ଚିକିତ୍ସିତ ହେବା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ଗୁରୁବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶରେ ଅଜିତ ସିଂହ ଜଣେ ଟାଣୁଆ ରାଜନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖିଥିଲେ। କେନ୍ଦ୍ର ମନ୍ତ୍ରିପରିଷଦରେ ବହୁବାର ବିଭିନ୍ନ ପଦପଦବୀରେ ରହି ସେ କାର୍ଯ୍ୟ କରିଥିଲେ। ଜଣେ ଚାଷୀ ନେତା ଭାବେ ପଶ୍ଚିମ ଉତ୍ତର ପ୍ରଦେଶରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ପୁତ୍ର ଭାବେ ଉତ୍ତର ପ୍ରଦେଶ ରାଜନୀତିରେ ଏସ ତାଙ୍କର ଗୁରୁତ୍ବ ବହନ କରିଥିଲେ। ଅଜିତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button