ଅଦିନିଆ ରଥଯାତ୍ରା ବିବାଦ: ପୁନର୍ବିଚାର ଆବେଦନ ଖାରଜ କଲା ଇସ୍କନ

ନୂଆଦିଲ୍ଲୀ: ବିଦେଶରେ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ପରମ୍ପରା ରକ୍ଷା ପାଇଁ କରାଯାଇଥିବା ପୁନର୍ବିଚାର ଆବେଦନକୁ ଇସ୍କନ (ISKCON) ପକ୍ଷରୁ ଏକ ପ୍ରକାର ଏଡ଼ାଇ ଦିଆଯାଇଛି। ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଇସ୍କନର ସର୍ବୋଚ୍ଚ ପରିଚାଳନା ସମିତି ଜିବିସି ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ଇ-ମେଲ୍ ମାଧ୍ୟମରେ ଏହି ଜବାବ ଦିଆଯାଇଥିବା ଜଣାପଡ଼ିଛି। ଇସ୍କନ ପକ୍ଷରୁ ପଠାଯାଇଥିବା ଜବାବରେ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ସେମାନଙ୍କ ପକ୍ଷରୁ ଆଉ କୌଣସି ପଦକ୍ଷେପ ନିଆଯିବା ସମ୍ଭବ ନୁହେଁ। ତେଣୁ ଏହି ସମ୍ପର୍କିତ ଆଲୋଚନାକୁ ସମ୍ମାନର ସହ ଶେଷ କରାଯାଉ ବୋଲି ଇସ୍କନ ସ୍ପଷ୍ଟ କରିଛି। ଏହାର ଅର୍ଥ ବିଦେଶରେ ନିଜ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ରଥଯାତ୍ରା କରିବା ଜିଦ୍‌ରେ ଇସ୍କନ ଅଟଳ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button