ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର :  ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ  । ସଂଧ୍ୟା ସାଢେ଼ ୫ଟାରେ ବୈଠକ ଅନୁଷ୍ଠିତ ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ  । ତେବେ କ୍ୟାବିନେଟରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସେନେଇ କୌଣସି ସୂଚନା ମିଳିପାରିନାହିଁ  । ସୂଚନାଯୋଗ୍ୟଯେ, ଗତ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା  । ବିଶେଷକରି କରୋନା ମୁକାବିଲା ଓ ସାମାଜିକ ସୁରକ୍ଷା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଥିଲା  । ଗୋଟିଏ ପଟେ ମହାମାରୀ କରୋନା ବ୍ୟାପୁଥିବାବେଳେ ଅପରପକ୍ଷରେ ରାଜ୍ୟ ସରକାର ଏହାର ମୁକାବିଲା ନିମନ୍ତେ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି  । ଇତିମଧ୍ୟରେ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି  । 

Related Articles

Leave a Reply

Your email address will not be published. Required fields are marked *

Back to top button