ଅନଲାଇନରେ ପଞ୍ଜୀକରଣ ନକଲେ ମିଳିବନି ଟିକା

ନୂଆଦିଲ୍ଲୀ: ଆସନ୍ତା ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ୧୮-୪୫ ବର୍ଷ ବୟସର ସବୁ ନାଗରିକଙ୍କୁ ଟିକା ଦିଆଯିବ । ତେବେ ଏଥିପାଇଁ ଅସନ୍ତା ୨୮ ତାରିଖରୁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଟିକା ନେବାକୁ ଚାହୁଁଥିବା ଏହି ବୟସର ନାଗରିକମାନଙ୍କ କୋୱିନ ପୋର୍ଟାଲରେ ଆଗୁଆ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ବିନା ପଞ୍ଜୀକରଣରେ ଟିକାକରଣ କେନ୍ଦ୍ରରେ ଏହି ବୟସର ବର୍ଗର କୌଣସି ନାଗରିକଙ୍କୁ ଟିକା ଦିଆଯିବ ନାହିଁ । ବର୍ତ୍ତମାନ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୪୫-୫୯ ବର୍ଷ ବର୍ଗର ନାଗରିକଙ୍କୁ ସିଧାସଳଖ ଟିକା ଗ୍ରହଣ କେନ୍ଦ୍ରରେ ପଞ୍ଜୀକରଣ କରାଯିବା ପରେ ଟିକା ପ୍ରଦାନ କରାଯାଉଛି । କିନ୍ତୁ ୧୮-୪୫ ବର୍ଷ ବୟସର ନାଗରିକଙ୍କୁ ଏହି ସୁବିଧା ବର୍ତ୍ତମାନ ମିଳିପାରିବ ନାହିଁ । କାରଣ ଏହି ବର୍ଗର ନାଗରିକଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଟିକା କେନ୍ଦ୍ରରେ ପଞ୍ଜୀକରଣ କଲେ ଭିଡ଼ ସୃଷ୍ଟି ହେବ । ତା ଛଡ଼ା ଅନେକ ରାଜ୍ୟରେ ଏବେ ଟିକା ଅଲଗା ସମସ୍ୟା ରହିଛି ।

Related Articles

Leave a Reply

Your email address will not be published.

Back to top button