ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କ ପରଲୋକ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନ (୭୧)ଙ୍କର ଅସୁସ୍ଥତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଆଇନ ଓ ନ୍ୟାୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ସଂସ୍କାର ଜନ୍ମମାଟି କୁଡ୍ଡାଲୋର ଜିଲ୍ଲାର କରୁନ୍ଥାମ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ କର୍ଣ୍ଣନ ୧୯୮୩ରେ ମାଡ୍ରାସ ଲ’ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ୨୦୦୯ ମସିହାରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ବେଳେ ଏହାର ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ବିବାଦ ଏବଂ ଅଦାଲତଙ୍କ ସହ ମତଭେଦ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥିଲେ। ବିଚାରପତିମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେବା ସହ ବ୍ୟକ୍ତିଗତ ଆକ୍ରମଣ କରି ସେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିଲେ। ଭାରତୀୟ ନ୍ୟାୟିକ ଇତିହାସରେ ସେ ପ୍ରଥମ ହାଇକୋର୍ଟ ବିଚାରପତି ଥିଲେ, ଯାହାଙ୍କୁ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୦୧୭ ମସିହାରେ ୬ ମାସ ପାଇଁ କାରାଦଣ୍ଡାଦେଶ ଶୁଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button