ତୁର୍କୀ: ପୃଥକ ସଡ଼କ ଦୁର୍ଘଟଣାରେ ୩୨ ମୃତ

ଇସ୍ତାନବୁଲ: ତୁର୍କୀର ଗାଜିଆନ୍‌ଟେପ୍ ପ୍ରଦେଶରେ ଶନିବାର ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ମୋଟ ୩୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ପ୍ରଥମେ ଗୋଟିଏ ବସ୍ ଦୁର୍ଘଟଣାଗସ୍ତ ହେବାଫଳରେ ୧୬ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ । ଉଦ୍ଧାରକାରୀ ଦଳ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଉପସ୍ଥିତ ଥିବାବେଳେ ଅନ୍ୟ ଗୋଟିଏ ବସ୍ ସେମାନଙ୍କ ଉପରେ ଚଢିଯିବାରୁ ଆଉ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଦ୍ୱିତୀୟ ଘଟଣାରେ ୨୯ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବସ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button