ପାକିସ୍ତାନ: ବସ୍‌-ଟ୍ୟାଙ୍କର ଧକ୍କାରେ ୨୦ ମୃତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମୁଲତାନ ସହରରେ ମଙ୍ଗଳବାର ଗୋଟିଏ ଯାତ୍ରୀବାହୀ ବସ୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାଫଳରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛିି । ଦୁର୍ଘଟଣାପରେ ଉଭୟ ଯାନରେ ନିଆଁ ଲାଗିଯାଇଥିଲା । ଗୁରୁତର ପୋଡିଯାଇଥିବା ୬ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Related Articles

Leave a Reply

Your email address will not be published.

Back to top button