ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

ନୂଆଦିଲ୍ଲୀ: ଆଜି ତ୍ରିରାଷ୍ଟ୍ରୀୟ ସିରିଜର ପଞ୍ଚମ ମ୍ୟାଚ୍ ରେ ଭାରତ ଏ ଆଫଗାନିସ୍ତାନ ଏ କୁ ୧୦୧ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଏ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୯ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ୩୬.୫ ଓଭରରେ ୨୧୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜ୍ ଫାଇନାଲରେ ପହଞ୍ଚିବାର ଆଶା ଉଜ୍ଜୀବିତ ରଖିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ ପାଇଁ ଅଧିନାୟକ ତିଲକ ବର୍ମା ସର୍ବାଧିକ ଇନିଂସ ଖେଳି ୭୫ ବଲ୍ ରେ ୫ ଚୌକା ସହିତ ୫୯ ରନ୍ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ଏବଂ କୁମାର କୁଶାଗ୍ର ମଧ୍ୟ ପ୍ରତ୍ୟେକେ ୫୮ ରନ୍ କରିଥିଲେ। ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ବଡ଼ ଇନିଂସ ଖେଳିପାରି ନଥିଲେ। ବୈଭବ ୨୮ ବଲ୍ ରେ ୪ ଚୌକା ଏବଂ ୨ ଛକା ସହିତ ୩୮ ରନ୍ କରିଥିଲେ। ବୈଭବ ଏପର୍ଯ୍ୟନ୍ତ ସିରିଜରେ ଗୋଟିଏ ବି ଅର୍ଦ୍ଧଶତକ କରିନାହାଁନ୍ତି। ଚାରୋଟି ମ୍ୟାଚ୍‌ରେ ସେ ଯଥାକ୍ରମେ ୧୪, ୪୪, ୨୧ ଏବଂ ୩୮ ରନ୍ କରିଛନ୍ତି। ସେହି ଚାରୋଟି ମ୍ୟାଚ୍‌ରେ ସେ କେବଳ ୧୧୭ ରନ୍ କରିପାରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button