ଜମି ବିବାଦର କରୁଣ ପରିଣତି: ବଡ଼ଭାଇର ଆକ୍ରମଣରେ ଡାକ୍ତର ସାନଭାଇ ମୃତ

ଭୁବନେଶ୍ବର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଡାକ୍ତରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡାଙ୍ଗ ନାଉରି ସାହିରେ ଏହି ଅଭାବନୀୟ କାଣ୍ଡ ଘଟିଛି। ମୃତକ ଜଣକ ହେଉଛନ୍ତି ସମ୍ପୃକ୍ତ ପରିବାରର ସାନଭାଇ, ଯିଏ ବୃତ୍ତିରେ ଜଣେ ଡାକ୍ତର ଥିଲେ। ସୂଚନା ଅନୁସାରେ, ଜମିଜମା ଗଣ୍ଡଗୋଳରୁ ବଡ଼ଭାଇଙ୍କ ପରିବାର ଓ ସାନଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବଡ଼ଭାଇ ଓ ତାଙ୍କ ପରିବାର ଲୋକେ ସଙ୍ଘବଦ୍ଧ ଭାବେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମହାକାଳପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗାଁରେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button