ଜୁନ 21ରେ NEET-UG ପରୀକ୍ଷା, ନୂଆ ତାରିଖ ଘୋଷଣା କଲା NTA

ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା NEET-UG ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। ଆସନ୍ତା ଜୁନ୍ ୨୧ ତାରିଖରେ ଏହି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ମେ’ ୩ରେ ହୋଇଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା, ଯାହାକୁ ନେଇ ପ୍ରାୟ ୨୨ ଲକ୍ଷ ମେଡିକାଲ ଆଶାୟୀ ଅନିଶ୍ଚିତତା ମଧ୍ୟରେ ରହିଥିଲେ। ପରୀକ୍ଷା ପରିଚାଳନା ନେଇ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିନୀତ ଯୋଶୀ, ଗଣଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର, NTA ମହାନିର୍ଦ୍ଦେଶକ ଅଭିଷେକ ସିଂ ଏବଂ CBSE ଚେୟାରମ୍ୟାନ ରାହୁଲ ସିଂଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରମାନେ ଉପସ୍ଥିତ ଥିଲେ। ପୂର୍ବରୁ NTA ଡିଜି ଅଭିଷେକ ସିଂ ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ଚିନ୍ତାରେ ଥିବା ପରୀକ୍ଷାର୍ଥୀ ଓ ଅଭିଭାବକମାନେ କିଛିଟା ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଏନଟିଏ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button