ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳା: ଅଧିନାୟକ ପଦରେ ରାହୁଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଘରୋଇ ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ଅଗଷ୍ଟ ୧୮ରୁ ୨୨ ପର୍ୟ୍ୟନ୍ତ ହାରାରେ ସ୍ପୋର୍ଟସ କ୍ଲବରେ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ କେ.ଏଲ୍‌ ରାହୁଲଙ୍କୁ ଅଧିନ​‌ାୟକ ଓ ଶିଖର ଧାୱନଙ୍କୁ ଉପଅଧିନାୟକ ନିଯୁକ୍ତ କରିଛି। ପୂର୍ବରୁ ଘୋଷିତ ୧୬ ଜଣିଆ ଦଳରେ ଓପନର ଶିଖର ଧାୱନଙ୍କୁ ଅଧିନାୟକ ଓ ରାହୁଲଙ୍କୁ ଉପଅଧିନାୟକ ନିଯୁକ୍ତ କରା ଯାଇଥିଲା। ରାହୁଲ ଆହତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଆଶଙ୍କା ରହିଥିଲା। ଫଳରେ ତାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିଲା। ହେଲେ ଗୁରୁବାର ରାହୁଲଙ୍କୁ ବିସିସିଆଇର ଡାକ୍ତରୀ ଦଳ ମ୍ୟାଚ୍‌ ଖେଳିବା ପାଇଁ ଫିଟ୍‌ ଘୋଷଣା କରିବା ପରେ ଏବେ ଅଧିନାୟକ ଓ ଉପ ଅଧିନାୟକରେ ପରିବର୍ତ୍ତନ କରାଯାଇଛି। ରାହୁଲଙ୍କୁ ଅଧିନାୟକ ଓ ଧାୱନଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ରାହୁଲ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ସମ୍ପୂର୍ଣ୍ଣ ଫିଟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସେହିପରି ଆହତ ସମସ୍ୟାରୁ ମୁକୁଳିବା ପରେ ମିଡିୟମ ପେସର ଦୀପକ ଚହର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button