ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି; ଦୁଇ ଦିନ ଧରି ଚାଲିବ ପ୍ରକ୍ରିୟା

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି (ଦୁଇ ଦିନ) ଧରି ଏହି ଗୁରୁତ୍ୱପୂର୍ଣ୍ଣ ଗଣତି ପ୍ରକ୍ରିୟା ଜାରି ରହିବ। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସମୟରେ ଠାକୁରଙ୍କ ନୀତିକାନ୍ତି ଓ ସେବା ପୂଜାରେ ଯେପରି କୌଣସି ଅସୁବିଧା ନଉପୁଜେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଗଣତି କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଚନ୍ଦନ ଯାତ୍ରା ଶେଷ ହେବା ପରେ ଏବେ ପୁଣି ଥରେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ବା ଏସଓପି (SOP) ଅନୁଯାୟୀ ଏହି ଗଣତି ମଣତି କାର୍ଯ୍ୟ କରାଯାଉଛି। ଏହି ଦୁଇ ଦିନର କାର୍ଯ୍ୟ ଶେଷ ହେବା ପରେ, ପରବର୍ତ୍ତୀ ପର୍ଯ୍ୟାୟରେ କେଉଁ ତାରିଖରେ ଗଣତି ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button