ସୌମ୍ୟ ହତ୍ୟା ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: କନଷ୍ଟେବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ବାଲିଅନ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟ ମାମଲାର ପରବର୍ତ୍ତୀ ତଦନ୍ତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଟିମ୍ ନିଜର ତଦନ୍ତ ଜାରି ରଖିଛନ୍ତି। ଆଜି ତଦନ୍ତକାରୀ ଦଳ ସୌମ୍ୟଙ୍କ ବନ୍ଧୁ ଓମ ପ୍ରକାଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛନ୍ତି। ମୃତ୍ୟୁ ପଛର ପ୍ରକୃତ କାରଣ ଓ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଏହି ସଂବେଦନଶୀଳ ମାମଲାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବାଲିଅନ୍ତା ଥାନାର ୪ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଡିଜିପି ଏବେ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। ସେ କମିଶନରେଟ ପୋଲିସର ସମସ୍ତ ଆଇଆଇସି (IIC) ମାନଙ୍କୁ ନେଇ ଏକ ଜରୁରୀ ସମୀକ୍ଷା ବୈଠକ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button