ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା। ଶ୍ରୀ ବେହେରା ପଶ୍ଚିମବଙ୍ଗ ସରକାରଙ୍କୁ ଏହି ଦାବି କରିବା ସହ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ‘ଧାମ’ ଶବ୍ଦର ଏକ ସ୍ୱତନ୍ତ୍ର ଓ ପବିତ୍ର ମାନ୍ୟତା ରହିଛି।ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୃଷ୍ଟିରେ ନରଖି ପୂର୍ବ ସରକାର ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଆଖ୍ୟା ଦେଇଥିଲେ। ବର୍ତ୍ତମାନର ସରକାର ଏହି ଶବ୍ଦକୁ ହଟାଇ ଭକ୍ତଙ୍କ ଆସ୍ଥା ଓ ପରମ୍ପରାକୁ ସମ୍ମାନ ଜଣାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପତ୍ରର ଏକ ନକଲ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button