କଟକ ରେଳ ଷ୍ଟେସନ୍‌ରୁ ୫୮ ନାବାଳକ ଉଦ୍ଧାର

ଭୁବନେଶ୍ବର: କଟକ ରେଳ ଷ୍ଟେସନ୍‌ରୁ ଆଜି ରାତିରେ ୫୮ ଜଣ ନାବାଳକଙ୍କୁ ଆର୍‌ପିଏଫ୍‌ ଉଦ୍ଧାର କରିଛି। ରାତି ପ୍ରାୟ ୧୧ଟା ବେଳେ ଷ୍ଟେସନ୍‌ରେ ଏକ ଟ୍ରେନ୍‌ରୁ ସମସ୍ତେ ଓହ୍ଲାଇଥିଲେ। ପ୍ଲାଟ୍‌ଫର୍ମରେ ଏକସଙ୍ଗେ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ଆର୍‌ପିଏଫ୍‌ କର୍ମଚାରୀ ଯାଞ୍ଚ କରିଥିଲେ। ପଚରାଉଚରା ବେଳେ ବିହାର, ଆରାରିଆରୁ ଆସିଥିବା ଏହି ଅଣଓଡ଼ିଆ ନାବାଳକଙ୍କୁ ଧାର୍ମିକ ଶିକ୍ଷା ଦେବା ନାଁରେ ଜଗତସିଂହପୁର ନିଆଯାଉଥିବା ଜଣାପଡ଼ିଥିଲା। ଏନେଇ ସିଡବ୍ଲୁସିକୁ ଅବଗତ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଜଣେ ମୌଲାନା ଧରାପଡ଼ିଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button