ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC)ର କାର୍ଯ୍ୟଧାରାକୁ ଅଧିକ ତ୍ୱରାନ୍ୱିତ ଓ ସୁସଂଗଠିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୋଗ ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଆନୁଷ୍ଠାନିକ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ପଦବୀଗୁଡ଼ିକ ମଧ୍ୟରେ ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ, ଅନୁସଚିବ ଏବଂ ସେକ୍ସନ ଅଫିସର ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀ ରହିଛି। ଏହା ସହିତ ପ୍ରୋଗାମର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ସୂଚନା ଅନୁଯାୟୀ, ସଚିବ ପଦବୀରେ ଜଣେ ବରିଷ୍ଠ ଓଏଏଏସ୍ (OAS) ଅଧିକାରୀ ଦାୟିତ୍ୱ ତୁଲାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button