ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ଭୁବନେଶ୍ବର: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି । ସସ୍ମିତ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସସ୍ମିତ ଇସ୍ତଫା ଦେଇଥିବାବେଳେ କାରଣ ଅସ୍ପଷ୍ଟ ରହିଛି । ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଂତୃପ୍ତ ମିଶ୍ର ହୋଇପାରନ୍ତି ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା । ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୬ ଜଣ ସାଂସଦ ଥିବାବେଳେ ୨୯ ଜୁଲାଇ ୨୦୨୨ରେ ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଥିଲେ ସସ୍ମିତ ।

Related Articles

Leave a Reply

Your email address will not be published. Required fields are marked *

Back to top button