ଆରମ୍ଭ ହୋଇଛି ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତଭାବେ ଉଚ୍ଛେଦ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ସକାଳୁ ସାଲିଆ ସାହିରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ୧୩ କିଲୋମିଟର ବ୍ୟାପୀ ଘରଗୁଡ଼ିକୁ ଉଚ୍ଛେଦ କରାଯାଉଛି । ରାସ୍ତା ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ କରାଯାଉଛି । ବୁଲଡୋଜର୍ ସାହାଯ୍ୟରେ ପ୍ରାୟ ୫୧୭ଟି ଘର ଭଙ୍ଗାଯିବ । ସେପଟେ ବସ୍ତି ବାସିନ୍ଦା ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି ।ବସ୍ତିବାସିନ୍ଦା । ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ।ଆଜି ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ସରକାର ଆମକୁ ଘର ଓ ଥଇଥାନ କରିବାକୁ ଦାବି କରି ସାଲିଆ ସାହିର ମହିଳାମାନେ ଧାରଣାରେ ବସିଛନ୍ତି । ପୁଲିସ ଓ ବିଏମସି କର୍ମଚାରୀ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ବସ୍ତିରେ ବୁଲିଛି ବୁଲଡୋଜର । ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥ୍ିତି ସୃଷ୍ଟି ହୋଇଛି । ଆଜିଠୁ ୨୪ତାରିଖ ପର୍ଯ୍ୟନ୍ତ ଏଠାରେ ଉଚ୍ଛେଦ କରାଯିବ । ୫୧୭ ଘରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଉଚ୍ଛେଦ ବେଳେ ମିଳିଲା ବସ୍ତା ବସ୍ତା ଆଧାର କାର୍ଡ । ଏତେ ସଂଖ୍ୟକ ଆଧାର କାର୍ଡ ଗୋଟିଏ ଘର ଭିତରୁ ବାହାରିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ । କାହିଁକି ଆଉ କେଉଁ ଉଦ୍ଦ୍ୟେଶରେ ଏହି ଆଧାର କାର୍ଡ ରଖା ଯାଇଥିଲା? ଯାହାକୁ ନେଇ ଉଠିଛି ପ୍ରଶ୍ନ



