ରାଜ୍ୟରେ ପହିଲି ଆରମ୍ଭ ହେଲା ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ଆସନ୍ତା 2ରୁ 3ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ଆରମ୍ଭରୁ ଯେତିକି ଥଣ୍ଡା ପଡ଼ିବା କଥା ସେତିକି ଥଣ୍ଡା ଅନୁଭୂତ ହୋଇନଥିବା ବେଳେ ଆସନ୍ତା ଦୁଇ ଦିନ ଭିତରେ 2ରୁ 4 ଡିଗ୍ରୀ କମିବ ରାତି ତାପମାତ୍ର । ସେହିପରି ବର୍ତ୍ତମାନ ୱାର୍ଣ୍ଣିଂ ନଥିବା ବେଳେ ଆସନ୍ତା 7ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ଯତଃ ଶୁଖିଲା ରହିବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହାସହ ଫୁଲବାଣୀର ଜି.ଉଦୟଗିରି ଠାରେ ରାତିର ତାପମାତ୍ରା ୧୨.୫ ରେକର୍ଡ କରାଯାଇଛି । ତେବେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହିତ ହେଉଛି । ଫଳରେ ଆଗକୁ ଆହୁରି ଥଣ୍ଡା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button