ଭୁବନେଶ୍ବରରେ ଭି. କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ନିର୍ବାଚନ ପ୍ରଚାର କରିଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ସେ ଜନସାଧାରଣଙ୍କୁ ସଂଶୋଧନ କରି କହିଛନ୍ତି ଯେ ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି। ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ। ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ ହାର କମ୍‌ ରହିବ, ଏହା ମଧ୍ୟ କେଉଁଠି ନାହିଁ। ଶିକ୍ଷାଋଣରେ ମଧ୍ୟ ସୁଧ ହାର କମ୍‌ ରହିବ। । ସମସ୍ତ ସର୍ବସାଧାରଣ ଲୋକଙ୍କ ଯାତାୟାତର ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରହାତି ଦର ରହିବ। ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ। ମଧ୍ୟବିତ୍ତ ବର୍ଗର ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲୁକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌ ଛାଡ ହେବ, ବସ୍ତିବାସିନ୍ଦାଙ୍କ ପାଖକୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ। ମଧ୍ୟବିତ୍ତ, ଗରିବ, ଚାଷୀ, ଯୁବପୀଢିଙ୍କ ସାଥି ଆମ ମୁଖ୍ୟମନ୍ତ୍ରୀ – ସମସ୍ତଙ୍କୁ ଏକାଠି ନେଇ ନୂଆ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ୨୦୧୪ରେ କହିଥିଲା କ୍ଷମତାକୁ ଆସିଲେ ଡାଲି, ଖାଇବା ତେଲ, ପେଟ୍ରୋଲ ଡିଜେଲ ଦର କମାଇବେ, କିଛି କମିଲା କି? ରାଜଧାନୀର ସାଂସଦଙ୍କ କର୍ତ୍ତବ୍ୟ କ’ଣ? ବଡ ବଡ ପ୍ରକଳ୍ପ ଆଣିବାର ଥିଲା। ରୋଜଗାର ବଢାଇବା ପାଇଁ ସ୍କିମ୍ ଆଣିବାର ଥିଲା, କିଛି କଲେ ନାହିଁ। ବାଙ୍ଗାଲୋର ଓ ଭୋପାଳର ବିଜେପି ସାଂସଦ ସେମାନଙ୍କ କ୍ଷେତ୍ର ପାଇଁ ୪୦/50 ହଜାର କୋଟି ଟଙ୍କାର ପ୍ରକଳ୍ପ ଆଣିଛନ୍ତି, ଆମ ସାଂସଦ କିଛି ଆଣିଲେନି। କ୍ୟାପିଟାଲ୍‌ ରିଂ ରୋଡ୍‌ ଆଣିବାର ଥିଲା। ରିଙ୍ଗ ରୋଡ ହେଲେ, ଭୁବନେଶ୍ବରର ସମ୍ପ୍ରସାରଣ ହୋଇଥାନ୍ତା। କେନ୍ଦ୍ର ସରକାରଙ୍କ କାମ ଏଇଟା। ମାତ୍ର ଖଣ୍ଡେ ଇଟା ବି ପଡିଲା ନାହିଁ। ଭୁବନେଶ୍ବରକୁ ପଛକୁ ନେଇଗଲେ। ନିର୍ବାଚନ ଆଗରୁ ସାଂସଦ ମନ୍ଦିର ମନ୍ଦିର ବୁଲି ୱାଟର କୁଲର ବାଣ୍ଟୁଛନ୍ତି। ଭୁବନେଶ୍ବର ବାସିନ୍ଦାଙ୍କ କୌଣସି ଆଶା ପୂରଣ କଲେ ନାହିଁ। ଆମ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚକୋଟୀର ଚିନ୍ତାଧାରା ରହିଛି। କଳିଙ୍ଗ ଷ୍ଟାଡିଅମରେ ବିଶ୍ବକପ୍‌ ହକି ପଡ଼ିଆ କରିଛନ୍ତି। ଭୁବନେଶ୍ବରକୁ ମେଟ୍ରୋ ଆଣୁଛନ୍ତି। ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରୁଛନ୍ତି। ତେଣୁ ସେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button