ଟ୍ରେଲରକୁ ଧକ୍କା ଦେଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ମୃତ

ନୂଆଦିଲ୍ଲୀ: ଅହମ୍ମଦାବାଦ ବଡୋଦରା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଟି ଟ୍ରେଲରର ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। କାରଟି ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ଘଟିବା ମାତ୍ରେ ୧୦୮ ର ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା ​​ଏବଂ ଏହା ସହିତ ଏକ୍ସପ୍ରେସ ହାଇୱେର ପାଟ୍ରୋଲିଂ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ବଡୋଦରା-ଅହମ୍ମଦାବାଦ ଏକ୍ସପ୍ରେସ ରାଜପଥରେ ଜାମ ଲାଗିରହିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହକୁ ବାହାର କରିବା ପାଇଁ ଏର୍ଟିଗା କାରକୁ କାଟିବାକୁ ପଡିଥିଲା। ଏକ୍ସପ୍ରେସୱେରେ ପଛ ପଟରୁ ଟ୍ୟାଙ୍କର ସହିତ କାରଟି ଧକ୍କା ହୋଇଥିବା ବେଳେ କାରରେ ଥିବା ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ଚିକିତ୍ସା ସମୟରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।

Related Articles

Leave a Reply

Your email address will not be published.

Back to top button