୬ କୋଟି ୪୪ ଲକ୍ଷର ସୁନା ବିସ୍କୁଟ ଜବତ

ଭୁବନେଶ୍ବର: କୋଲକାତାରୁ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଶନିବାର ସନ୍ଧ୍ୟାରେ ୯କିଲୋରୁ ଅଧିକ ବିଦେଶୀ ସୁନା ଜବତ ହୋଇଛି। ଏହି ଚାଲାଣ ଘଟଣାରେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏକ କାର୍‌ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ। ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାଣ୍‌କୁ ଅଟକାଇଥିଲେ। ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି। ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଜଣାପଡ଼ି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button