ଜେଲ ଯିବା ପୂର୍ବରୁ ହେବ କୋଭିଡ ପରୀକ୍ଷା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜେଲ ପାଇଁ ପୁଣି ବିପଦ ସୃଷ୍ଟି ହୋଇଛି । ଜେଲରେ ସଂକ୍ରମଣ କେମିତି ରୋକି ହେବ, ସେ ନେଇ ଗାଇଡଲାଇନ ଜାରି ହୋଇଛି । କୋର୍ଟ ଚାଲାଣ ପୂର୍ବରୁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଅଭିଯୁକ୍ତ ଜେଲ କ୍ୟାମ୍ପସକୁ ଯିବା ପୂର୍ବରୁ ସାଙ୍ଗରେ ଆସିଥିବା ଏସକର୍ଟ ଟିମ କୋଭିଡ ପରୀକ୍ଷା ରିପୋର୍ଟ ଦେଖାଇବେ । ଯଦି ରିପୋର୍ଟ ନେଗେଟିଭ ଥିବ, ତାହା ହେଲେ ଭିତରକୁ ଯିବେ, ନ ହେଲେ ଯଦି ପଜିଟିଭ ଥାଏ ତେବେ ଅଭିଯୁକ୍ତଙ୍କୁ ସେଠାରୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯିବ । ନେଗେଟିଭ ଥିବା ଅଭିଯୁକ୍ତ ଜେଲ ଭିତରକୁ ଆସିଲେ ୧୪ ଦିନ ପାଇଁ ଆଇସୋଲେସନ ୱାର୍ଡରେ ରହିବେ । ସେହିପରି ଜେଲ ପରିସରରୁ ଯଦି କୌଣସି କଏଦୀ ପଜିଟିଭ ବାହାରନ୍ତି, ସେମାନଙ୍କୁ ତୁରନ୍ତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଯଦି ଗୁରୁତର କଏଦୀ ବାହାରନ୍ତି, ତା ହେଲେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ । ତେବେ କୋଭିଡ କଟକଣା ଅନୁସାରେ ପୂର୍ବପରି ମୁଲାକାତ ଚାଲୁ ରହିବ । ରାଜ୍ୟର ସମସ୍ତ ୮୬ ଜେଲକୁ ଏନେଇ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button