ଆକ୍ରୋଶମୂଳକ ଭାବେ ମୋ’ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଚାମେଲି

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ମାମଲାରେ ଆସନ୍ତା ୨୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ସରପଞ୍ଚ ଚାମେଲି ଓଝା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେବଳ ରାଜନୈତିକ ଆକ୍ରୋଶ ରଖି ମୋ’ ବିରୋଧରେ ଏହି ଅନାସ୍ଥା ଅଣାଯାଇଛି। ୱାର୍ଡମେମ୍ବରମାନଙ୍କୁ ଭୟଭୀତ ଓ ଧମକଚମକ ଦେଇ ବାଧ୍ୟବାଧକତାରେ ଦସ୍ତଖତ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button